...

2 views

ବଞ୍ଚିବା ସଂଘର୍ଷମୟ
ଫୁଲ ହୋଇ ମଧ୍ୟ କଣ୍ଟକିତ ପଥେ
ଚାଲେ ସେ ନକରି ଭୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ
ସହିବା ର ସୀମା ଲଙ୍ଘିଗଲେ ମଧ୍ୟ
କର୍ତ୍ତବ୍ୟେ ନକରେ ହେୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ
ମାସିକ ଧର୍ମରୁ ଗର୍ଭବତୀ ଯାଏଁ ସହେ
ତଥାପି ସ୍ଥିର ତା ଲୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ
ମାଆ ର ସହନଶୀଳତା ପାଇଁ
ଏ ସଂସାର ଅମୃତ ମୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ
ଯୁଗେ ଯୁଗେ ନାରୀ ପାଇଁ ଏ ଜଗତେ
ଧର୍ମ ର ହୋଇଛି ଜୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ
ଲାଞ୍ଛିତା ପିଡିତା ଅସୁରକ୍ଷିତା
ତଥାପି ହୁଏ ତା'ର ବିଜୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ
ଏହି ସବୁ ସତ୍ତ୍ଵେ ସୁଖ ବାଣ୍ଟୁଥାଏ
ଅତି କୋମଳ ତା'ର ହୃଦୟ
ନାରୀ ହୋଇ ଦେଖ ବଞ୍ଚିବା କେତେ ସଙ୍ଘର୍ଷ ମୟ


© ଶ୍ଵେତା