...

2 views

ବାସ୍ ! ତୁ ହିଁ ଜରୁରୀ❤️... ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
ଅଭିଯୋଗ ନାହିଁ କି ମତେ ପଛରେ ଛାଡି ତୁ ଆଗେଆଗେ ଚାଲୁ
ପଛକୁ ବୁଲି ନଜର ସାମନାରେ ନପାଇବା ମତେ...
ଆଉ ପୁଣି ମୋ ପାଇଁ ତୋର ବ୍ୟସ୍ତ ହେଇଯିବା ...
ବାସ୍ , ଖାଲି ସେତିକି ହିଁ ଜରୁରୀ...ଏସ୍ ଏସ୍ ଏନେ✍️..

ଅଭିଯୋଗ ନାହିଁ କି ମୋର ଭୁଲଠିକ୍ ର ବିଚାରରେ ମୋ ସହ ଯୁକ୍ତି କରୁ ।
କିନ୍ତୁ , ସେଇ ଯୁକ୍ତିରେ ଉଦାସଭରା ଚେହେରାରେ
ଆଖିରୁ ଗଡୁଥିବା ପ୍ରତି ଅଶ୍ରୁରେ ମୋର...ଏସ୍ ଏସ୍ ଏନେ✍️..

ତୁ ହାରିଯିବା ଆଉ ମୋ କାନ୍ଧରେ ମୁଣ୍ଡ ରଖି ନିଜକୁ ମୋର ବୋଲି ଅନୁଭବ କରାଇବା ।
ବାସ୍ ! ଖାଲି ସେତିକି ହିଁ ଜରୁରୀ...ଏସ୍ ଏସ୍ ଏନେ✍️..

ଅଭିଯୋଗ ନାହିଁ କି ଚବିଶ ଘଣ୍ଟାରୁ କିଛି ସମୟ ବି ମତେ ସମୟ ଦେଉନା ତୁ ।
ଯେଉଁଠି ବି ରହ ଯାହାସହ ବି ରହ...
ନିଜକୁ ମୋ ଭାବନାରେ ଛନ୍ଦିବା ମୋ ପାଇଁ ଚିନ୍ତା କରିବା ଖାଲି ମତେ ଚାହିଁବା...
ବାସ୍ ! ଖାଲି ସେତିକି ହିଁ ଜରୁରୀ...ଏସ୍ ଏସ୍ ଏନେ✍️..

ଅଭିଯୋଗ ନାହିଁ କି ସବୁ କଥା ପୁରା କରୁନା ତୁ ମୋର... ଯାହାହେଲେ ତୁ ବି ମଣିଷ
କିନ୍ତୁ ଆଶା ଭାଙ୍ଗିବାର ଡରରେ ପୁଣିଥରେ ବଞ୍ଚିବା ନିଜକୁ ଅନଳର ଜ୍ଵାଳା ରେ ପୁଣି ଜାଳିବା
ଇଏ ଅଭ୍ୟାସ ବି ତ ନୁହେଁ ମୋର...
ମୋ ଦୁଃଖ ପାଇଁ ନୁହେଁ ବରଂ ତୋ ପ୍ରେମ ପାଇଁ ମୋ ସହ ଜୀବନ ସାରା ବଞ୍ଚିବାକୁ ଜିଦ୍ କରିବା...
ବାସ୍ ! ଖାଲି ସେତିକି ହିଁ ଜରୁରୀ...ଏସ୍ ଏସ୍ ଏନେ✍️..