...

2 views

-- ଜୀବନ -- ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
-- ଜୀବନ --

ଜୀବନ ...
ନ' ଦେଇଛୁ କିବା କଷଣ
ଦୁର୍ବିସହ ଲାଗେ ଏବେ ପ୍ରତିକ୍ଷଣ
ନୁହେଁ ବୁଦ୍ଧ କି ନୁହେଁ ପର୍ଶୁରାମ
ବୁଲିବି ବନରେ କରିବି ଭିକ୍ଷା ଆଚ଼ରଣ
ପ୍ରତି ମୁହୂର୍ତ୍ତରେ ବେଢ଼ିଅଛୁ ମାୟାର ବନ୍ଧନ
କହ କିଭଳି ବା ହେବି ମୁକ୍ତ , ତୁଟିବ ମିଛ ସମ୍ମୋହନ
ଚ଼ତୁଃର୍ଦିଗେ ମୃତ୍ୟୁର ତାଣ୍ଡବ ଶୋକର କରାଳ କ୍ରନ୍ଦନ
ନାହିଁ ତ ଏବେ ଲୋଡ଼ା ନଥିଲା ମଂତ୍ର ପଦେ
ଯପିବାକୁ ପାଇବା ଲାଗି ଆତ୍ମାର ମୋକ୍ଷ ଅବା
କାମନାର ବିନାଶାର୍ଥେ ଲଭିବାକୁ ମହାନିର୍ବାଣ !
କି ଧନୀ କି ଗରୀବ , ଆଚାଣ୍ଡାଳ ବ୍ରାହ୍ମଣ
ଭୋଗୀ ଅଭୋଗୀ , ରୋଗୀ ନିରୋଗୀ
ସଭିଏଁ ତା' ଆୟତ୍ତାଧୀନ
ରଖୁ ଅବା ମାରୁ ନାହିଁ ପରିତ୍ରାଣ ,
ଜୀବନ ...
ପବନରେ ଶୁଭେ କିଛି ଘନ ଘନ
କିସ ପୁଣି ନ'ଦେଖିଲା ଆଖି , ନ'ଶୁଣିଲା କାନ ,
ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ...ଏସ୍ ଏସ୍ ଏନେ✍️..

#ଇଂସୁଧାଂଶୁଶେଖରନାୟକ