...

3 views

ମୋ ଶବ୍ଦଗୁଚ୍ଛ
ମୁଁ କବି ନୁହେଁ,
ମୋ ଭାବନାକୁ,
ସାଧା କାଗଜରେ
ଗାରେଇ ଆତ୍ମତୃପ୍ତି
ପାଉଥିବା ସାହିତ୍ୟ
ପ୍ରେମିକା ।
ଜହ୍ନକୁ ଅପେକ୍ଷା କରି
ତାକୁ ମୋ କବିତାର
ପ୍ରତି ଧାଡିରେ
ନାୟକ ରୂପ ଦେବାକୁ
ଚେଷ୍ଟା କରୁଥିବା ଲେଖିକା।
ଶବ୍ଦ ଗୁଡ଼ିକ ଟିକେ
ଶୁଖିଗଲେ ମୋ ଲୋତକ
ଧାରାରେ ଜୀବନ୍ତ କରିବାକୁ
ମୁଁ ଅନବରତ ଚେଷ୍ଟିତ।
ମୁଁ ଯଦି କେବେ ହଜିଯାଏ,
ମୋ ଶବ୍ଦଗୁଚ୍ଛ ତମ ସାହାରା
ପାଇଁ କବାଟ ଠକ୍ ଠକ୍ କଲେ,
ତମ ଡାଏରୀରେ ଦୁଇ ପୃଷ୍ଠା
ସାଧା କାଗଜର ଜାଗା ମାଗିଲେ,
ମାନବିକତା କଥା ଟିକେ ଭାବିବ।
ମୋ ଶବ୍ଦଗୁଚ୍ଛ ହୁଏତ
ଜୀବନ୍ୟାସ ପାଇଯିବେ।


© Bandita