...

0 views

ମୋ ଗାଁ
ମୋ ଗାଁ

ଫସର ଫାଟିଲେ ସୁନେଲି ଶିଶିର ମୋ ଗାଁରେ ବିଞ୍ଚିଯାଏ
କିଚିରି ମିଚିରି ବିହଂଗର ସ୍ୱରେ ପ୍ରାତଃ ବିମୁଗ୍ଧ ହୁଏ

ସିଶିରକୁ ଭେଦି ସୁରୁଜ ଶକତି ମୋ ଗାଁ ଲୟେ ପ୍ରବେଶେ
ସେ ପବିତ୍ର ଜ୍ୟୋତି ମୋ ଗାଁର ସାଥୀ ମଧୁର ମଧୁର ବାସେ

ପ୍ରବେଶି କିରଣ ବିରାଜୟୀ ଯେବେ ମୋ ଗାଁର ଭୂମିପରେ
ସକଳ ଅଳସ କିଟନାସ ଯାଏ ରବି ତେଜ ରଶ୍ମି ଧାରେ

କାକ କୁକୁଡ଼ାର ଗୁଞ୍ଜନ ରାବରେ ନିଦ୍ରା ଭାଙ୍ଗେ ମୋ ଗାଁ
ପ୍ରଭୁ ରାମେଶ୍ବର ଜଗତେ ମୋ ଗାଁ ଗୌରଙ୍ଗପାଟଣା ନାଆଁ

ଧୌତ କରେ ତାର ଚିଲିକାର ନୀର ମୋ ଗାଁର ବେନି ପାଦ
ପର୍ବତ ଉହାଡେ ଶିବ ମଗ୍ନେ ବସି ବିସ୍ତାରଇ ଆଶୀର୍ବାଦ

ମୋକୁଳ ବେଉସା ବିଶାଳ ଚିଲିକା ସାଜିଛି ରତ୍ନ ଭଣ୍ଡାର
ସେଇ ଏକା ସାହା ବଞ୍ଚିବାର ରାହା ବଞ୍ଚେ ଗାଁ ପରିବାର

ମୋ ଗାଁ ନାଉରୀ ନୌକା ଆଦରି ନିତି ଚିଲିକା ବକ୍ଷରେ
ମାରିବାକୁ ମିନ କରେସେ ଗମନ ପେଟ ପାଇଁ ମୁଠେ ଭରେ

ମୋ ଗାଁର ଚଷା ସେ ବୁଢା ମଉସା ପଗଡିଟେ ବାନ୍ଧି ମୁଣ୍ଡେ
ମାଟି ସହ ମିଶି ମାଟି ହୋଇ ଖଟେ ତୋରାଣି ପିଇକି ତୁଣ୍ଡେ

ନଇବଣ ଘେରା ସୁସୁମା ପସରା ମୋ ଗାଁର ଚାରୁଚିତ୍ର
ହୃଦେ ଭାତୃଭାବ ଅପୂର୍ବ ସଙ୍ଗମ ସର୍ବେ ଏକାକାର ମିତ୍ର

ଅଳସି ନଈର କୁଳୁ କୁଳୁ ନାଦେ ଝରେ ଝରରାଣୀ ଝରଣା
ମୃଦୁ ମଳୟର ମଧୁ ପରସରେ ହସେ ଗାଁ ଦାଣ୍ଡ ଅଗଣା

ମାତା ଗ୍ରାମଦେବୀ ମୋ ଗାଁ ଜଗିଛି ବୁଢ଼ୀ...