...

2 views

ଶେଷ ନିଃଶ୍ୱାସ
ହାତର ପାପୁଲି କାହିଁ ଆଜି ଥରୁଛି କେଜାଣି
କିଛି ଲୁଚିଛି ଭିତରେ ମିଛ,
ନିଃଶ୍ୱାସ ର ଗତି , ଆଜି ଧୀର ଗତିରେ
ଜଣାପଡେ ନାହିଁ ତା ବେଗ।
ଡେଣା ଥାଇ ମଧ୍ୟ ଆଜି ଉଡ଼ି ପାରେ ନାହିଁ
କାନ୍ଦିିଦିଏ , ଟିକେ ଭାବି
ଆଜି ଛାଡ଼ିଯିବ ତାର ସଙ୍ଗ
ମଳିନ ପଡୁଛି
ସବୁ ,ବନ୍ଧୁଙ୍କର ପ୍ରତିଛବି।

ଆଖିର କବାଟ ଧୀରେ ଧୀରେ କରି
ଯେବେ ବନ୍ଦ ହେଉଥାଏ ,
ମନର ଘୋଡ଼ା ଟି ବୋଲ ମାନେ ନାହିଁ
କିଛି ଅକୁହା କଥା, କହିଦିଏ।
ପୁଣି ହୃଦୟ ଖୋଜେ, ଅଦିନିଆ ବନ୍ଧୁ
ବାନ୍ଧବୀ ଆଉ ପରିବାର,
ପାଣି ଟୋପେ ଖୋଜେ, ହାତରୁ କାହାର
ନିଃଶ୍ୱାସ ଅଟକେ ,କାଇଁ ବାରମ୍ବାର।

ନୌକା ର ନାଉରୀ ମଝି ସମୁଦ୍ରରେ
ବସି ରହିଥାଏ ଚାହିଁ,
ଡଙ୍ଗାଟି ଉଲଟେ, ନିଃଶ୍ୱାସ ଅଟକେ
ଖାଲି ଗୁଣୁଗୁଣୁ ହୋଇ
ଡାକୁଥାଏ, ହରି ହରି ହରି....

© pandaji