...

6 views

ମାଆ ତୋ ପୁଅ କଥା ଶୁଣିଛୁ

ନାରୀ ପ୍ରତି ତାର ଅନେକ ଦୁର୍ବଳତା
ଅନେକ ପୌରୁଷତା
ନାରୀ ପାଇଁ ତା ମନରେ
ଯେତେ ସବୁ ଆବିଳତା
ସବୁ ପୁରୁଷ ପରି ତା ମନର ବାର୍ତ୍ତା
ନାରୀ ର ଫୁଙ୍ଗୁଳା ଦେହ ରେ ବଢେ ତା
ମନର ମାଦକତା

ଯାତ୍ରାରେ ସିନେମାରେ ଆଇଟମ ଗୀତରେ ଝିଅକୁ ନେଇ ଅଶ୍ଳୀଳ ନାଚ
ଅଧା ଖୋଲା ଦେହର ଡ୍ରେସ ପିନ୍ଧି ନାଚିବା
ତୋ ପୁଅଭଳି ନିର୍ଦେଶକଙ୍କ ଢ଼େରେ ଚାପ
ଆଉ ଝିଅ ଙ୍କୁ ନେଇ ବ୍ୟବସାୟ ର ସ୍ବପ୍ନ
ସେ ଭୁଲିଯାଏ ମାଆ ତୁ କରି ଥିବା ଆକଟ

ମାଆ ତୋ ଯୋନି ରୁ ପୁଅ ହୋଇ
ତୋ ଛାତିର କ୍ଷୀର ରେ ଥିଲା ତା ବଞ୍ଚିବାର ସ୍ବପ୍ନ
ତୋ କୋଳ ରେ ରୋଗ ଶୋକ
କଷ୍ଟ ରେ ଶାନ୍ତିରେ ପାଉଥିଲା ଆଶ୍ୱାସନ

ପାଦ ପକାଇ ଚାଲିବା ଡେଣା ମେଲି ଉଡିବାର ସାହସ
ସେଇ ପୁଅ ଆଜି ଭୁଲି ଯାଇଛି ତା ଅତୀତ
ଛୁଆ ବେଳେ ଫୁଙ୍ଗୁଳା ଲଙ୍ଗଳା ଦେହ
ନ ଦେଖେଇବାକୁ କବାଟ କୋଣେ କେତେତାର ଲାଜ
ଆଜି ସେ ଅନ୍ୟ ମାଆ ଭଉଣୀ ର ଫୁଙ୍ଗୁଳା ଦେହ ରେ କରୁଛି ରାଜ

ପୁଅ ଜନ୍ମ କରିଛୁ ବୋଲି ସାଇ ସାରା ମିଠା ବଣ୍ଟା ଘର ସଜ ବାଜ
ପୁଅର ମାଆ ବୋଲି ଭାବି ଥିଲୁ ଘର ଲୋକ ଙ୍କମନ ଖୁସିରେ ଜିତି ଗଲୁ...