...

3 views

ତୃଷ୍ଣା...ଏସ୍ ଏସ୍ ଏନେ✍️..
- ତୃଷ୍ଣା -

ଅବସୋସର ଝଡ଼ଟିଏ ବହିଯାଏ
ମନତଳେ ନୀରବରେ
ସବୁଥର ଆମ ବିଦାୟ ମୁହୂର୍ତ୍ତରେ ..
ଆଖିଏ ଲୁହ ଠୁଳ ହୁଏ...ଏସ୍ ଏସ୍ ଏନେ✍️..

ତମ ନଜର ପଡିବା ଆଗରୁ
କୂଳ ଲଙ୍ଘିବା ପୂର୍ବରୁ
ସେ ଲୁହ ସବୁ ଫେରାଇବାକୁ ହୁଏ
ନିଃଶବ୍ଦ ଅଫେରା ଲହରିରେ...ଏସ୍ ଏସ୍ ଏନେ✍️..

ମୋ ଇଚ୍ଛା ସବୁ ରାଣ ଦେଇ ଗୋଡ଼ ଭିଡନ୍ତି. ..
ଅଳି କରନ୍ତି... , ଘଡିଏ ରହିଯିବା ପାଇଁ ,
କିନ୍ତୁ ସମୟର ନାଲି ଆଖି ଦେଖି
ମନ ମୋର ଶଙ୍କିଯାଏ...ଏସ୍ ଏସ୍ ଏନେ✍️..

ଇଚ୍ଛା ଆଉ ସମୟର ଶୀତଳ ଯୁଦ୍ଧରେ
କିଂକର୍ତ୍ତବ୍ୟବିମୁଢ଼ ମୋ ଦେହ
ଅନେକ ମଧୁର ସ୍ମୃତି ନେଇ
ପାଦ ଘୋଷାରି ଫେରି ଆସେ...ଏସ୍ ଏସ୍ ଏନେ✍️..

ସବୁଥର ବୁଝାଏ ମୋ ପିୟାସୀ ମନକୁ
ଏମିତି କିଛି କଥା ଅଧା ରହିଯାଉ
ମିଳନର ପର୍ବ ଅତୃପ୍ତ ରହୁ
ମନର ଏ ଶୋଷ କେବେ ନ ମେଣ୍ଟୁ...ଏସ୍ ଏସ୍ ଏନେ✍️..

ଯେତେ ଯେତେ ବଢୁଥିବ ମନର ଶୋଷ
ସେତେ ବେଶୀ ତମେ ମନେ ପଡୁଥିବ ।
ମୋ ପ୍ରେମ ବି ବଢ଼ିବ
ମନ ମୋର ଆଉ ଥରେ ଭେଟିବାକୁ
ବାହାନା ଖୋଜିବ...ଏସ୍ ଏସ୍ ଏନେ✍️..

ଏ ମିଳନ ସୂର୍ଯ୍ୟ ଆଉ ପଦ୍ମ ପରି ହେଉ
ଏ ଅନୁରାଗ କୁମୁଦ ଓ ଚାନ୍ଦ ପରି ହେଉ. ...
ଏ ତୃଷ୍ଣା ସାଜୁ ମେଘ ମହ୍ଲାର...ଏସ୍ ଏସ୍ ଏନେ✍️..
ପିଆସୀ ଚାତକୀ ହେଉ ମନ ମୋର
ଯେତେଥର ମିଶୁଥିବା
ହାତରେ ହାତ ଛନ୍ଦି କହୁଥିବା
ତୁମେ ମୋର ଆଉ ମୁଁ ତୁମର...ଏସ୍ ଏସ୍ ଏନେ✍️..