...

6 views

ବୟସର ଶେଷ ପ୍ରହରେ
ସମୟର ସ୍ରୋତ ଯାଉଛି ଆଗକୁ
କେତେ କେତେ ମୋଡ଼ ଦେଇ,
ତା ଭିତରେ ପୁଣି କେତେ ଖାଲ ଢିପ
ସେକଥା କେହି ନ ଜାଣଇ l

ଗଳିକନ୍ଦି ଏଇ ଜୀବନ ଭିତରେ
ଚାଲିଯାଏ ସବୁକିଛି,
କେବେ ବୟସର ଶେଷ ପ୍ରହର ଆସଇ
ତାହା ହେଇଯାଏ ପ୍ରଶ୍ନବାଚୀ l

ଆପଣା ଜନଙ୍କ ଲେଉଟିବା ଦେଖି
ସାଙ୍କୁଳିତ ହୁଏ ମନ,
ଲାଗେ ରହିଯାଇଛିକି ସମୟ ସେଠାରେ
ବିତୁନାହିଁ କାଇଁ ଦିନ l

ଚାହିଁ ରହିଥାଏ ବୟସ ସେଠାରେ
ପ୍ରାଣ ପକ୍ଷୀ ଉଡିବାକୁ,
ସେବେ ସଂଘର୍ଷ ତାହାର ସମାପ୍ତି ହୋଇବ
ସାରି ଏଇ ଜୀବନକୁ