...

1 views

ଭାବ ର ଅନେକ ରୂପ ✍️🙏
ପିତା ଦଶ ରଥଙ୍କ ପ୍ରତି ରାମ ଙ୍କ ପିତୃଭକ୍ତି ହିଁ ତ ଥିଲା, ଯାହାକି ତାଙ୍କୁ ସିଂହାସନ ପରିବର୍ତ୍ତେ ବନବାସ ପ୍ରଦାନ କରିଥିଲା। ପିତା ଦଶ ରଥ ଙ୍କ ପୁତ୍ର ରାମ ଙ୍କ ପ୍ରତି ଅନାବିଳ ସ୍ନେହ ହିଁ ତ ଥିଲା, ଯାହାକୁ ତାଙ୍କୁ ରାମ ଙ୍କ ବନଗମନ ଉପରାନ୍ତେ ମୃତ୍ୟୁଶଯ୍ୟାରେ ଶୟନ କରାଇଥିଲା।ମାତା କୈକେୟୀ ଙ୍କ ପ୍ରତି ରାମ ଙ୍କ ନିସ୍ୱାର୍ଥପର ସ୍ନେହ ଓ ସମ୍ମାନ ହିଁ ତ ଥିଲା, ଯାହାକି ତାଙ୍କୁ ପିତୃସତ୍ୟ ପାଳନ କରିବାକୁ ଆଦେଶ ଦେବା ପାଇଁ ବାଧ୍ୟ କରିଛି ଜାଣି ମଧ୍ୟ ବନଗମନ କରିବା ସମୟରେ ମାତା ଙ୍କ ଠାରୁ ଆଜ୍ଞା ନେବାକୁ ରୋକି ପାରି ନ ଥିଲା। ମାତା କୈକେୟୀ ଙ୍କ ରାମ ଙ୍କ ପ୍ରତି ଅନାବିଳ ସ୍ନେହ ହିଁ ତ ଥିଲା, ଯାହାକୁ ତାଙ୍କୁ ରାମ ଙ୍କ ସିଂହାସନ ଆରୋହଣ ପରେ ତାଙ୍କ ମୃତ୍ୟୁ ହେବ ଜାଣି ନିଜ ପୁତ୍ର ଭରତ ଙ୍କୁ ସିଂହାସନ ଆଉ ରାମ ଙ୍କ ଜୀବନ ରକ୍ଷା ପାଇଁ ବନଗମନ ପରି କଠୋର ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିଲା। ପତି ରାମ ଙ୍କ ପ୍ରତି ସମ୍ମାନ ଆଉ ସମର୍ପଣ ଭାବ ହିଁ ତ ଥିଲା, ଯାହାକି ମିଥିଳା ରାଜକୁମାରୀ ଙ୍କୁ ରାଜଭବନ ତ୍ୟାଗ କରି ରାମ ଓ ଦିଅର ଲକ୍ଷ୍ମଣ ଙ୍କ ସମେତ ବନବାସୀ ରୂପେ ଜୀବନ କାଟିବାକୁ ପ୍ରେରିତ କରିଥିଲା। ଭ୍ରାତା ଲକ୍ଷ୍ମଣ ଙ୍କ ଜ୍ୟେଷ୍ଠ ଭ୍ରାତା ରାମ ଙ୍କର ପ୍ରତି ଭ୍ରାତୃ ପ୍ରେମ ଓ ସମ୍ମାନ ହିଁ ତ ଥିଲା, ଯାହାକୁ ତାଙ୍କୁ ବଡ ଭାଇ ଓ ଭାଉଜ ଙ୍କ ସେବା କରିବା କୁ ସେମାନଙ୍କ ସହିତ ବନଗମନ କରିବା ପାଇଁ ପରାମର୍ଶ ଦେଇଥିଲା। ଲକ୍ଷ୍ମଣ ପତ୍ନୀ ଉର୍ମିଲା ଙ୍କ ପତିଭକ୍ତି ଓ ପ୍ରେମ ହିଁ ତ ଥିଲା, ଯାହାକି ମାତା ଉର୍ମିଲା ଙ୍କୁ ପତି ଆସିବା ଯାଏଁ ୧୪ ବରଷ ନିଦ୍ରା ଯିବାକୁ ପ୍ରସ୍ତୁତ କରିଥିଲା।ଭ୍ରାତା ଭରତ ଙ୍କ ରାମ ଙ୍କ ପ୍ରତି ସମ୍ମାନ ଓ ଭ୍ରାତୃ ପ୍ରେମ ହିଁ ଥିଲା,...