...

0 views

ଜୀବନ ସମାପ୍ତ...ଏସ୍ ଏସ୍ ଏନେ✍️..
ଜୀବନ ସମାପ୍ତ

ଜୀବନ ରଙ୍ଗ ମଞ୍ଚରେ ଅନେକ ସମୟରେ ଅନେକ ପ୍ରକାର ଅଭିନୟ କରିବାକୁ ପଡ଼େ ଇଚ୍ଛା ଥାଉ ଅବା ନଥାଉ ହସିବାକୁ ପଡେ କାନ୍ଦିବାକୁ ପଡେ ସବୁ ପରିସ୍ଥିତି ରେ ମୁହଁରେ ମିଛ ର ହସ କୁ ଜାବୁଡି ଧରି ବଞ୍ଚିବାକୁ ପଡେ...ଏସ୍ ଏସ୍ ଏନେ✍️..

ଖେଳ ସରିଗଲେ ସମସ୍ତ ଙ୍କୁ ଆଗ ପଛ ହୋଇ ସେଇ ମହାଶୂନ୍ୟ କୁ ଯିବାକୁ ପଡ଼େ
ସବୁ ବାଧା ବିଘ୍ନ କୁ ଭାଙ୍ଗି ଆତ୍ମୀୟ ସୋଦର ଙ୍କୁ ପର କରି ଜୀବନ ର ଅନ୍ତିମ ଯାତ୍ରା ର ଆରମ୍ଭ ହୁଏ...ଏସ୍ ଏସ୍ ଏନେ✍️..

ଶୂନ୍ୟ ରହିଯିବ ସଦନ ଖାଁ ଖାଁ ଶବ୍ଦ ରେ ପ୍ରକମ୍ପିତ ହେବ ଚଉଦିଗ ଅନ୍ଧାର ର କଳା ବାଦଲ ଘେରି ରଖିଥିବ ଆତ୍ମୀୟଜନ ଙ୍କୁ...ଏସ୍ ଏସ୍ ଏନେ✍️..

ଠିକ୍ ଭୁଲ ର ହିସାବ କରିବା ପାଇଁ ବୋଧେ କେହି ନଥିବେ ନିଶବ୍ଦ ବିକଟାଳ ଶବଦ ର ବାଜା କେହି ଜଣେ ବଜାଉଥିବ ଅନନ୍ତ ଦୂର ରେ ପାଖରେ କୁକୁର ର କର୍ଣ୍ଣ ବିଦାରକ ଯନ୍ତ୍ରଣା ର ସ୍ୱର ଶୁଣି ପୁଣି ଅନୁଭବ ହେବ ବୋଧେ କିଏ ଶରୀର ତ୍ୟାଗ କରିବ...ଏସ୍ ଏସ୍ ଏନେ✍️..

ଆଶା ଆଶଙ୍କା ରେ ଜୀବନ ଜର୍ଜରିତ ହେବ ଅମାପ ଧନ ର ମୂଲ୍ୟ ସେଠି ଶୂନ୍ୟ ଥିବ ଜୀବନ କୁ ବଞ୍ଚାଇବା ପାଇଁ ଆୟୁଷ ଆଉ ସମ୍ପତି ମଧ୍ୟ ରେ ଯୁଦ୍ଧ ଚାଲୁଥିବ କିନ୍ତୁ ଜନ୍ତୁରାଜ ଅତି ଚତୁରତା ସହ ଆସିଥିବେ ନିଜ ବାହନ ପିଠିରେ ବସି କରି...ଏସ୍ ଏସ୍ ଏନେ✍️..

ଜନନୀ ଗର୍ଭ ରୁ ଆରମ୍ଭ ହୁଏ ଦୁନିଆ ଆଉ ଶେଷ ହୁଏ ନିଜ ଆୟୁଷ କୁ ନେଇ...ଏସ୍ ଏସ୍ ଏନେ✍️..

କର୍ମ ଭଲ ଥିଲେ ସ୍ବର୍ଗ ରେ ସ୍ଥାନ ମିଳିବ ଯାହା ମୁଁ ଶୁଣିଛି ଆଉ କର୍ମ ଖରାପ ଥିଲେ ନର୍କ...ଏସ୍ ଏସ୍ ଏନେ✍️..

କିନ୍ତୁ ମୁଁ କହିବି ଏଇ ପୃଥିବୀ ରେ ହିଁ ଆମେ ସ୍ବର୍ଗ ଆଉ ନର୍କ ସୃଷ୍ଟି କରିଛୁ... ସତ କର୍ମ ଭଲ ବିଚାର ଆଉ ସୁଉଦ୍ଦେଶ୍ୟ ମଣିଷ ର ଗାରିମା କୁ ପ୍ରଜ୍ବଳିତ କରିଥାଏ...ଏସ୍ ଏସ୍ ଏନେ✍️..

କିନ୍ତୁ ମନ୍ଦବୁଦ୍ଧି, କୁସଂସ୍କାର, ଆତ୍ମଗର୍ବ,ଅହଙ୍କାର ମଣିଷ କୁ ତଳିତଳାନ୍ତ କରି ନିନ୍ଦୁକ ର ପାତ୍ର ସଜେଇଦିଏ...ଏସ୍ ଏସ୍ ଏନେ✍️..

ତେଣୁ କର୍ମର ଫଳ ଏଠି ହିଁ ପ୍ରାପ୍ତ ହୁଏ
ହସ ଖୁସି ଦୁଃଖ ସୁଖ ଭଲ ମନ୍ଦ କୁ ବାଣ୍ଟି ଶାନ୍ତି ରେ ବଞ୍ଚିବାକୁ ହେବ କିଏ ଜାଣେ କେତେବେଳେ କାହାର ଅଭିନୟ ସରିଯିବ...ଏସ୍ ଏସ୍ ଏନେ✍️..

ହରିନାମ କୀର୍ତ୍ତନ ଆଧ୍ୟାତ୍ମିକ ମାର୍ଗ ସୁବିଚାର ଜୀବନ କୁ କରେ ରୁଦ୍ଧିମନ୍ତ...ଏସ୍ ଏସ୍ ଏନେ✍️..

ମୃତ୍ୟୁ ସୁନିଶ୍ଚିତ ଆଜି ନହେଲେ କାଲି ଆସିବ ନିଶ୍ଚିନ୍ତ ଅଭିନୟ ତ ଖୁବ୍ କଲାଣି ଜୀବନ ଆଉ ନାହିଁ କିଛି ଅବଶୋଷ...ଏସ୍ ଏସ୍ ଏନେ✍️..

ଜୀବନ ଚାହେଁ ଏବେ ମୁକ୍ତି ହରି ନାମ ଧରି
ମାର୍ଗ ହୋଇଯିବ ପରିଷ୍କାର ଚିତ୍ତ ହେବ ଶୁଦ୍ଧ ଆଉ ପବିତ୍ର ଆତ୍ମଗ୍ଲାନି ହେବ ଅବସ ମୁଁ ହୋଇ ସାରିଥିବି ବିବଶ...ଏସ୍ ଏସ୍ ଏନେ✍️..

ମୃତ୍ୟୁ ଥିବ ଲୁଚି ଆଢ଼ୁଆଳ ରେ ଦଂଶିବ ଜୀବକୁ ନେବାକୁ ସାଥିରେ ମୁଁ ଚାଲିଯିବି ସବୁ ବନ୍ଧୁ ବାନ୍ଧବ ଙ୍କୁ ପଛରେ ଛାଡି ଯେଉଁଠି ଥିବ ଶାନ୍ତି ଆଉ ଶାନ୍ତି...ଏସ୍ ଏସ୍ ଏନେ✍️..

ଚିର ନିଦ୍ରା ପଥ ର ପଥିକ ଥିବି ମୁଁ ଛଅ ଖଣ୍ଡ କାଠ ରେ ବୁହା ହେବ ମୋ ଶରୀର ଏନ୍ତୁଡ଼ି ଶାଳ ର ନାଗ୍ନତା ଏବେ ମଶାଣି ଭୂଇଁ ରେ ଦେଖିବ ଜୀବନ ନାଟକର ପଡିଆ ରେ ମୋ ଶରୀର ପାଉଁଶ ରେ ଶେଷ ହେବ...ଏସ୍ ଏସ୍ ଏନେ✍️..

ଥିବ କେଇ ଖଣ୍ଡ ହାଡ଼ ଆଉ ମେଞ୍ଚା ମେଞ୍ଚା ପାଉଁଶ ତାକୁ ଆଣି କଳସୀ ରେ ଯତନ ରେ ରଖିବ ମତେ ପାଇବ ନିଜ ପାଖରେ ଯେତେବେଳେ ମୋ ଆତ୍ମୀୟ ଜନ ମତେ ଅନୁଭବ କରିବ...ଏସ୍ ଏସ୍ ଏନେ✍️..

ନିସ୍ତେଜ ଶରୀର ବିବଶ ଆଉ ଅବଶ ହୋଇ ମୃତ୍ୟୁ ପ୍ରାୟ ହୋଇଛି ତେଣୁ କାହାଣୀ ଏଠି ସରୁଛି କିଛି ନୂତନତ୍ବ ର ଆଶା ନାହିଁ ମୋ ଅନ୍ତସ୍ୱର ଆଜି ନୀରବ ସାଜିଛି ମୋର ଏଇ ଅଭିଶପ୍ତ ଜୀବନ କୁ ପାଇ...ଏସ୍ ଏସ୍ ଏନେ✍️..

ହଁ ମୁଁ ଏକ ଅଭିଶପ୍ତ ମଣିଷ ସମୟ କହିବ ମୁଁ କଣ ଆଉ କେମିତି ଶୁଣିଲା ପରେ ଧୈର୍ଯ୍ୟ ର ବାଡ ତୁମର ବି ଭାଙ୍ଗିବ କିନ୍ତୁ ଥିବ ମୋର ମୃତ ଶରୀର...ଏସ୍ ଏସ୍ ଏନେ✍️..