...

3 views

ଆମ ସମ୍ପର୍କ
ଝାପ୍ସା ଦିଶିଲାଣି ଆରମ୍ଭ ଆମର
ବିତିଯାଇଛି କେତେ ଯେ ଦିନ,
କିନ୍ତୁ ସଜ ସକାଳର ସତେଜ ଫୁଲ ପରି
ବାସ୍ନା ରହିଛି ସମ୍ପର୍କେ ଆମ l

ହଁ ଆସିଅଛି କିଛି ମୁହୂର୍ତ୍ତ ଏପରି
ବନ୍ଧନୁ ଛିଡ଼ିଛି କିଛିଟା ଖିଅ,
ତୁମ ପ୍ରେମ ଜଡିବୁଟି ସଜାଡି ଦେଇଛି
ପୁଣି ଚମକିଛି ତାର ଦେହ l

ତୁମେ ସାଜିଅଛ କେବେ ଯନ୍ତ୍ରଣାର ବାଆ
ମୁଁ ଦେହରେ ଦେଇଛି ବୋହି,
ପୁଣି ଆଣିଛ ମୋ ପାଇଁ ପ୍ରେମ ଇନ୍ଦ୍ରଧନୁ
ତାହା ନ ଛୁଇଁ ପାରିନି ରହି l

ଜହ୍ନକୁ ଆଣିବା ଆବଶ୍ୟକ ନାଇଁ
ଆମ ପ୍ରେମର ପ୍ରମାଣ ପାଇଁ,
ଖାଲି ସିଞ୍ଚୁଥାଅ ଟିକେ ସ୍ନେହର ସ୍ୱରକୁ
ମୁଁ ଆପେ ଆପେ ଯିବି ରହି l