ଦୁର୍ଲଭ ଚରିତ୍ରର ସୁଲଭ ପୂଜା.....😅
ଦିନକୁ ଦିନ ଏହି ମତେ
ଅନ୍ୟାୟ ଘୋଟିଛି ଜଗତେ
କଳା ବାଦଲ ବର୍ଷା ଘେନି
ଅଜାଡୁଥାଏ ମୁହଁ ଚିହ୍ନି
ଖରା, ବରଷା ପୁଣି ଝାଞ୍ଜି ବେଳ
ତୁଷାରପାତରେ ଅନଳ
ଶାନ୍ତେ ଅଶାନ୍ତ ବେନି ଯୋଡ଼ି
ପାଳନ୍ତି ମିଛକୁ ସତ୍ୟରେ ଚିପୁଡ଼ି
ପାଦ ପକାନ୍ତି ଶବ୍ଦକରି
ତୁଣ୍ଡେ ନର୍ଦମା ପଙ୍କ ଭରି
ଛଟାଛଟିରେ ଦେଇ ଦୋଷ
ବୁଝାନ୍ତି ନିଜ ଅହଂ ଶୋଷ
ସିଂହ ପୋଷକେ ମାଈ ଭାଲୁ
ଖଣ୍ଡି ଇଂରାଜୀରେ ସଂସ୍ଥା ଚଳୁ
କରି ନିମିତ୍ତ୍ୟ ଅଜସ୍ର ବୋହି ନିଏ
ଅନ୍ୟ ତୁଣ୍ଡରେ ଜଳ ଥୁଏ
ଆତ୍ମା ଅତୃପ୍ତ ସବୁ କ୍ଷେତ୍ର
ଆଜ୍ଞା ଅବଜ୍ଞା ଦ୍ୱେଷେ ରଚେ
ନାରୀ ଗୁଚ୍ଛରେ ଆକର୍ଷିତ
ଧର୍ମକର୍ମ ଆଗେ ତୁଚ୍ଛ
ଉଚ୍ଚାରୀ ଶବଦ କଦର୍ଯ୍ୟ
ମାଗି ସମ୍ମାନେ ଅଧର୍ଯ୍ୟ
ତ୍ରାହି କାହୁଁ ଅନ୍ୟାୟରେ
ନ୍ୟାୟେ ରହିଲେ ବସ୍ତ୍ର ଚିରେ
ଘାଣ୍ଟି ବିଷ୍ଠାକୁ ପୂର୍ଣ୍ଣ ମତଦାନ
ପ୍ରୟାସ ବୋଲିବେ ଜଣାଣ
ଟଙ୍କା ତିରିଶି ଠୁଳ କରି
ପିଇବେ ରକତ! ରାକ୍ଷସ ପାଦଧରି
ବିଷକୁ ମଣିନ ଅମୃତ
ବାଧ୍ୟ୍ୟ କରନ୍ତି ଟିକେ ଚାଖ ...
ଅନ୍ୟାୟ ଘୋଟିଛି ଜଗତେ
କଳା ବାଦଲ ବର୍ଷା ଘେନି
ଅଜାଡୁଥାଏ ମୁହଁ ଚିହ୍ନି
ଖରା, ବରଷା ପୁଣି ଝାଞ୍ଜି ବେଳ
ତୁଷାରପାତରେ ଅନଳ
ଶାନ୍ତେ ଅଶାନ୍ତ ବେନି ଯୋଡ଼ି
ପାଳନ୍ତି ମିଛକୁ ସତ୍ୟରେ ଚିପୁଡ଼ି
ପାଦ ପକାନ୍ତି ଶବ୍ଦକରି
ତୁଣ୍ଡେ ନର୍ଦମା ପଙ୍କ ଭରି
ଛଟାଛଟିରେ ଦେଇ ଦୋଷ
ବୁଝାନ୍ତି ନିଜ ଅହଂ ଶୋଷ
ସିଂହ ପୋଷକେ ମାଈ ଭାଲୁ
ଖଣ୍ଡି ଇଂରାଜୀରେ ସଂସ୍ଥା ଚଳୁ
କରି ନିମିତ୍ତ୍ୟ ଅଜସ୍ର ବୋହି ନିଏ
ଅନ୍ୟ ତୁଣ୍ଡରେ ଜଳ ଥୁଏ
ଆତ୍ମା ଅତୃପ୍ତ ସବୁ କ୍ଷେତ୍ର
ଆଜ୍ଞା ଅବଜ୍ଞା ଦ୍ୱେଷେ ରଚେ
ନାରୀ ଗୁଚ୍ଛରେ ଆକର୍ଷିତ
ଧର୍ମକର୍ମ ଆଗେ ତୁଚ୍ଛ
ଉଚ୍ଚାରୀ ଶବଦ କଦର୍ଯ୍ୟ
ମାଗି ସମ୍ମାନେ ଅଧର୍ଯ୍ୟ
ତ୍ରାହି କାହୁଁ ଅନ୍ୟାୟରେ
ନ୍ୟାୟେ ରହିଲେ ବସ୍ତ୍ର ଚିରେ
ଘାଣ୍ଟି ବିଷ୍ଠାକୁ ପୂର୍ଣ୍ଣ ମତଦାନ
ପ୍ରୟାସ ବୋଲିବେ ଜଣାଣ
ଟଙ୍କା ତିରିଶି ଠୁଳ କରି
ପିଇବେ ରକତ! ରାକ୍ଷସ ପାଦଧରି
ବିଷକୁ ମଣିନ ଅମୃତ
ବାଧ୍ୟ୍ୟ କରନ୍ତି ଟିକେ ଚାଖ ...