ସପନ ର ପଞ୍ଜୁରୀ!
ଜୀବନର ଏକାନ୍ତ ବଜାରରେ
ଫସି ଯାଇଛି ଯେମିତି,
ଶୁଖ ଓ ଦୁଃଖର ହିସାବରେ !
ଯନ୍ତ୍ରଣା ଗରଳରେ ପୂର୍ଣ୍ଣ ଦୁନିଆରେ
ମୋହ ଲାଗିଚି ମୋର,
ଖୁସିର ସେହି କିଞ୍ଚିତ ଛିଟାରେ!
ମୃତ୍ୟୁ ନିର୍ଝରର ତୀବ୍ର ସ୍ରୋତରେ
ପଥଭ୍ରଷ୍ଟ ହେଇ ମୁଁ ଯେ,
ଛଟପଟ ହୁଅଇ ତିତୀର୍ଷାରେ !
ସ୍ବପ୍ନର ବିରାଟ ଅଟ୍ଟାଳିକାରେ
ଏକାକୀ ପାଏ ନିଜକୁ ଆଜି,
ଆଶାର ମିଥ୍ୟା ଦର୍ପଣ ଆଗରେ...!
© kbilasen
ଫସି ଯାଇଛି ଯେମିତି,
ଶୁଖ ଓ ଦୁଃଖର ହିସାବରେ !
ଯନ୍ତ୍ରଣା ଗରଳରେ ପୂର୍ଣ୍ଣ ଦୁନିଆରେ
ମୋହ ଲାଗିଚି ମୋର,
ଖୁସିର ସେହି କିଞ୍ଚିତ ଛିଟାରେ!
ମୃତ୍ୟୁ ନିର୍ଝରର ତୀବ୍ର ସ୍ରୋତରେ
ପଥଭ୍ରଷ୍ଟ ହେଇ ମୁଁ ଯେ,
ଛଟପଟ ହୁଅଇ ତିତୀର୍ଷାରେ !
ସ୍ବପ୍ନର ବିରାଟ ଅଟ୍ଟାଳିକାରେ
ଏକାକୀ ପାଏ ନିଜକୁ ଆଜି,
ଆଶାର ମିଥ୍ୟା ଦର୍ପଣ ଆଗରେ...!
© kbilasen