...

1 views

🎵ସଂଗୀତର ମୂର୍ଛ୍ଛନା 🎵
ସେ ସଂଗୀତର ମୂର୍ଛ୍ଛନା...
ଆଜି ଅଜଣା, ଅଚିହ୍ନା,
ସୁକୋମଳ କଣ୍ଠ ତା'ର
ଆଜି ବି ଅପରିଚିତ।
ବିଫଳ ଯାତ୍ରୀର ସଂଗୀତ
କାଳେ ହୋଇଯିବ ପରିହାସର ପାତ୍ର।
ସ୍ବାଭିମାନୀ ମନ ତା'ର
ଶୁଣିବନି ନିନ୍ଦା,
ସାଉଁଟିବନି ମିଛ ପ୍ରଶଂସା।
ହଁ...ଦୃଢ ବିଶ୍ବାସ ଧୀରେ ଧୀରେ
କାନରେ କୁହେ, "ବଦଳିବ ସମୟର ଗତି"।
ଆଜିକାଲି...ବହିଥାକ ଓ ଚା କପ୍
ସଂଘର୍ଷର ଦୁଇ ମୂକ ସାକ୍ଷୀ।

- ✍️ଅର୍ଚ୍ଚନା ମହାରଣା (ଲକି)
© Archana Maharana (Lucky)
#thoughtsofarchanalucky
#odiapoem

*You can listen the recitation of this poem on my YouTube channel. (Link is in my bio.)

Related Stories