...

1 views

ହେ ଆକାଶ...ଏସ୍ ଏସ୍ ଏନେ✍️..
- ହେ ଆକାଶ-

ହେ ଆକାଶ ତୁମକୁ ମୁଁ ପ୍ରଭାତରେ ଦେଖେ ,
ମଧ୍ୟାହ୍ନରେ ଦେଖେ , ସନ୍ଧ୍ୟାରେ ଦେଖେ ,
ଝାପସା ଅନ୍ଧାରରେ , ଘନକଳା ରାତ୍ରିରେ ଦେଖେ
ତୁମେ ମୋ ମସ୍ତକ ଉପରେ ,
ମୋ ଆଖି ପଲକରେ ସବୁବେଳେ ଅଛ...ଏସ୍ ଏସ୍ ଏନେ✍️..
ତୁମକୁ ଛୁଇଁବା ପାଇଁ ଚେଷ୍ଟା କରେ ପ୍ରତି ମୂହୁର୍ତ୍ତ
କିନ୍ତୁ ସଫଳ ହୁଏନି।
ହଁ ଏ କଥା ସତ , କେବେ ତୁମ ସ୍ପର୍ଶ ପାଇବି ଜାଣିନି...ଏସ୍ ଏସ୍ ଏନେ✍️..
ନିତି ଦିନ ଭାବେ କେବେ ଯିବି ତୁମ ସେ ଦୁନିଆକୁ
ପୁଣି ଭାବେ ଯିଏ ଯାଇଛି ତୁମ ସେ ଅଞ୍ଚଳକୁ,
କେମିତି ଅନୁଭବ କରିଥିବ ସେ...ଏସ୍ ଏସ୍ ଏନେ✍️..
କାଳେ ମୁଁ ବି ପକ୍ଷୀଟିଏ ହୁଅନ୍ତି,
କାଳେ ମୋର ବି ଡେଣା ଥା’ନ୍ତା
ମୁଁ ବି ଉଡ଼ିଥାନ୍ତି ତୁମ ଆଡ଼କୁ...ଏସ୍ ଏସ୍ ଏନେ✍️..

ତୁମେ ରାତିରେ ଘନ , ଦିନରେ ନିର୍ମଳ
କିନ୍ତୁ ମୁଁ ତୁମକୁ ରାତିରେ ଭଲପାଏ।
ଚାରିଆଡ଼ ଶୂନସାନ , ନିଶବ୍ଦ ହୋଇଥାଏ ...ଏସ୍ ଏସ୍ ଏନେ✍️..
ଭାବେ ସବୁଦିନ ଏପରି ରୁହନ୍ତ କି
ଦେଖନ୍ତି ତୁମକୁ , ତୁମ ସହ ସୁଖଦୁଃଖ ବାଣ୍ଟନ୍ତି।
ମୁଁ ଯେଉଁଆଡ଼େ ଯାଏ ତୁମେ ମୋ ପାଖରେ ,
ମୁଁ ଯେଉଁଠି ବି ରୁହେ ତୁମେ ମୋ ପାଖରେ...ଏସ୍ ଏସ୍ ଏନେ✍️..
କଣ ! ମୁଁ ତୁମକୁ ଭଲପାଏ ବୋଲି ନା
ତୁମେ ମୋତେ ଭଲପାଏ ବୋଲି।
ନା ନା ତୁମେ ତ ତୁମ କର୍ତ୍ତବ୍ୟ କରୁଛ
ଜଣଙ୍କ ନିର୍ଦ୍ଦେଶରେ ,
ଯିଏ ମୋ ସୃଷ୍ଟିକର୍ତ୍ତା...ଏସ୍ ଏସ୍ ଏନେ✍️..
ଯାହା ହେଉ ମୁଁ ଭୁଲିବିନି ତୁମକୁ
ଆଜି ନହେଲା ନାହିଁ
ଦିନେ ତ ଯିବି ତୁମ ସେ ଦୁନିଆକୁ...ଏସ୍ ଏସ୍ ଏନେ✍️..
ମୋ ଶେଷ ନିଶ୍ୱାସ ପରେ
ପାଉଁଶ ହୋଇ ଉଡ଼ିଯିବି...ଏସ୍ ଏସ୍ ଏନେ✍️..