...

5 views

ମୋ' ସ୍ବପ୍ନ
ଦେଖେ ମୁଁ କେତେ ସ୍ବପ୍ନ,
କେତେ କଳ୍ପନା କରେ,
ହୁଅନ୍ତି କି ଏକ ପକ୍ଷୀ !
ଉଡନ୍ତି ଏ ସାରା ଆକାଶରେ।
ମୁଁ କିଛି କହିବାକୁ ଚାହେଁ,
ମୁଁ କିଛି କରିବାକୁ ଚାହେଁ,
ସତରେ....
ଦେଖେ ମୁଁ କେତେ ସ୍ବପ୍ନ
ଥାଇ ଭୁମଣ୍ଡଳରେ !
ସ୍ବପ୍ନ ମୋର ଶାନ୍ତିର ବିଭବ,
ନଥିବ ଯହିଁ ଛଳନାର ଭାବ,
ମିଥ୍ୟା ଯହିଁ ମୁହଁ ପୋତୁଥିବ;
ଜ୍ଞାନାଲୋକ ଝଲସି ଉଠିବ।
କିନ୍ତୁ...ସ୍ବପ୍ନ ମୋର ଭାଙ୍ଗିଯାଏ
କାହିଁ ଅହଂକାରରେ ?
ଗଢିବାକୁ ସରଳ ଜୀବନ,
ମନେ ମୁଁ ଭାବେ ପ୍ରତି କ୍ଷଣ,
କିନ୍ତୁ...ମନ ମୋର ରହିଯାଏ
କାହିଁକି ଯେ ଲୋଭରେ?

ହଁ...ମୁଁ ସ୍ବପ୍ନର ନାୟିକା,
ଯେ ରଚେ କେତେ ସ୍ବପ୍ନ,
ଭରି ରହିଛି ଯହିଁ ଅମୁଲ୍ୟ ରତ୍ନ ।
ମୁଁ ସ୍ବପ୍ନର ସାଗରରେ ଏମିତି ବୁଡିଯାଏ,
ତାହା ଜଳ ପାନ କରି ମେଣ୍ଟେ ମୋର ତୃଷ୍ଣା।
ମୁଁ ସ୍ବପ୍ନର ଆକାଶରେ ଏମିତି ଉଡୁଥାଏ,
ଭାବେ....
ଉଡି ଉଡି ବାଣ୍ଟିବି ସତ୍ୟ ଓ ଅହିଂସା।
ମୁଁ ସ୍ବପ୍ନରେ ତୋଳେ ଯେବେ ସଫଳତା ପ୍ରାସାଦ,
ଚୁମ୍ବନ କରେ ମୁଁ ପରିଶ୍ରମ ପାଦ,
ମୋ ସ୍ବପ୍ନର ପରିଶ୍ରମ ଦ୍ବାର ଯେବେ ଖୋଲିଯାଏ;
ମୁଁ ସେଠି ଅସଂଖ୍ୟ ପୁସ୍ତକ ପାଏ।
ପୁଣି ଫେରେ ଯେବେ ମୁଁ ମୋର ବାସ୍ତବତାକୁ,
ଦେଖିଥାଏ ମୁଁ ପୁସ୍ତକର ପ୍ରତି ପୃଷ୍ଠାକୁ...
ପୁସ୍ତକର ପ୍ରତି ପୃଷ୍ଠା ଆଉ ସବୁ ଅକ୍ଷର,
କାହିଁକି ଲାଗନ୍ତି ମୋତେ ଅତି ନିଜର !
ସ୍ବପ୍ନ,
ସୁନ୍ଦର ସୁନ୍ଦର ସ୍ବପ୍ନ,
କେଜାଣି କାହିଁ କେତେବେଳେ
ମୋ ମନରେ ଇନ୍ଦ୍ରଧନୁର ଭାବନା ସୃଷ୍ଟି କରନ୍ତି,
କିନ୍ତୁ...କିଛି ମୁଁ ଜାଣେନା।
ବେଳେବେଳେ,
ରାତିର ଅନ୍ଧକାରରେ
ଅଟ୍ଟହାସ୍ୟର ଧ୍ବନି ସୃଷ୍ଟି କରି
ମୋତେ କରନ୍ତି କବଳିତ...
ଆଉ ଯେତେବେଳେ ଆସିଯାଏ ପ୍ରଭାତ,
ପ୍ରତିଜ୍ଞାର ଅଗ୍ନିରେ ମୁଁ ଝାସ ଦେଇ ଭାବେ...
ମୁଁ ଛୁଇଁଯିବି ଦିନେ ଆକାଶର ଅସୀମତା,
ପହଞ୍ଚିଯିବି ପର୍ବତର ଶିଖର ଦେଶରେ,
ଆଉ....
ଗଭୀର ସାଗରର ଜଳ ମଧ୍ୟେ ଥାଇ
ପାଇବି ମୁଁ ଜୀବନର ଲକ୍ଷ୍ୟ ପଥେ ସଫଳତା।

-✍️ଅର୍ଚ୍ଚନା ମହାରଣା (ଲକି)
© Archana Maharana (Lucky)
#thoughtsofarchanalucky
#odiapoetry