...

4 views

ନାରୀ
ଦୁର୍ବଳ ନୁହେଁ ଯେ ଭାଙ୍ଗିଦେବ ମତେ
ତୁମ ପୁରୁଷତ୍ୱ ଭରା ଠାଣି,
ଆଖିର ଅଶ୍ରୁ ମୋ ସାହସ ଟାଳିବ
ତାହା ମନେ କେବେ ଭାବିବନି l

ଶକ୍ତ ଅଟେ ବୋଲି ପ୍ରମାଣ ତୁମେ ହିଁ
ଯେବେ ଜନ୍ମିଛ ମୋହରି ଠାରୁ,
ତେବେ ସମ୍ମାନର କଥା ଆସିଲା ବେଳକୁ
ବିଦ୍ରୋହ କାହିଁକି କରୁ l

ଶୁଣିନାଁହ ବୋଧେ ସୀତାଙ୍କ କାହାଣୀ
ରହିଛି ଅନେକ କଥା,
ତାଙ୍କ ଆଖିର ଜ୍ୱାଳାରେ ହଜାଇଥିଲେ ସେ
ରାବଣ ଲଙ୍କାର ସତ୍ତା l

ସାଧାରଣ ମନେ ଭାବିବନି କେବେ
ନାରୀ ଅଟୁ ବୋଲି ଆମେ,
ଆମ ସାହସର ସୀମା ଜାଣିଅଛ ସବୁ
ନିଭାଇଛ ନିଜ ମର୍ମେ l