...

3 views

କାଗଜ
କାଗଜରେ ତୁ କାଗଜ ଟେ ନୁହେଁ ,
ଅଟୁ ନିରାଟ ଅନାବାଦି ପଡ଼ିଆ ।
ତୋ ଦେହେ,ଶବ୍ଦ ଗୁଞ୍ଜି ଦେଲେ,
ଲାଗୁ ଭାରି ବଡ଼ିଆ ।
ଦସ୍ତଖତ ଥରେ ଵସିଗଲେ ତୋ ଦେହେ,
ହେଇଯାଉ ତୁ ସମସ୍ତଙ୍କ ପ୍ରତ୍ୟାଶା ।
ସେହି ପ୍ରତ୍ୟାଶା କୁ ଲଭିବା ପାଇଁ ,
ବିଶ୍ଵବାସୀଙ୍କର ସବୁବେଳେ ଚାଲେ ତପସ୍ୟା।
କେତେ ରୂପେ ତୁ ଯେ ଉଭା ହୋଇଯାଇ,
ବିଶ୍ୱବାସୀଙ୍କ ଆଗରେ ।
କେତେବେଳେ ମାନପତ୍ର ତ କେବେ ଦାନପତ୍ର ,
ମହାନ ଲୋକଙ୍କର ଚିହ୍ନ ତେ। ଦେହରେ ।
ଏ କାଗଜ ! ତୋର ବହୁତ ମୂଲ୍ୟ ,
ତୁ କେତେ ଭାଗ୍ୟବାନ ସତେ ।
ଜୀବନ ଯୁଦ୍ଧରେ ଦିଗ୍ ବିଜୟୀ ହେବା ପାଇଁ,
ଲୋକ ଚାହିଁ ଥାନ୍ତି ତତେ ।