...

2 views

ଅଶ୍ରୁର ନଦୀ ତୀରେ.... ଉପସ୍ଥାପନା - ସୁଧାଂଶୁ ଶେଖର ନାୟକ
...... ଅଶ୍ରୁର ନଦୀ ତୀରେ ......
ସୁଧାଂଶୁ ଶେଖର ନାୟକ

ମୁଁ ପହଁରନ୍ତି ଅହରହ
ଏ କୂଳ ରୁ ସେ କୂଳ ଲୁହନଦୀ
ନା ଥକି ଯାଆନ୍ତା ଦେହ
ନା ବୁଝନ୍ତା ହୃଦୟ
ନା ସରନ୍ତା ସମୟ
ବୁଡି ଉଠି କେଇ ଢ଼ୋକ ପାଣି ପିଇ
ଅଟକିବି... ତୁମେ ଛୁଇଁଦେବ ଯଦି...ଏସ୍ ଏସ୍ ଏନେ✍️..

ନାଲି ହେଇ ଯାଆନ୍ତା ସାରା ନଦୀ
ମୋ ଦେହର ରକ୍ତ ମିଶି
ଫିକା ପଡ଼ନ୍ତା କୃଷ୍ଣଚୂଡ଼ା
ଅବା ପଶ୍ଚିମା ଅସ୍ତରାଗ
ବୋହି ଯାଆନ୍ତି ତୁମ କଳସୀରୁ
ଘର ଯାଏ ସାରା ବାଟ
ତୁମେ ବୋଳନ୍ତ ସରୁ ଅଳତାରୁ ଗାରେ
ଲିଭିଯାଆନ୍ତା ଯେତକ ଦରଜ...ଏସ୍ ଏସ୍ ଏନେ✍️..

ସୁଖ ହୁଅନ୍ତା ଭାଗ୍ୟ ଯଦି
ପାରନ୍ତି ତୁଠ ପଥର ହୋଇ ,
ଭୋଗିବାକୁ ତୁମ ପାଦରେ ,
ପ୍ରେମର ପରମ ପରଶ
ଅବା ହେଇ ଯାଆନ୍ତା ଦାଗ ସବୁ
ତୁମରି ନାଆଁରେ ସାରା ଦେହେ
କାଟି ଦିଅନ୍ତି ଅପଲକେ
ତୁମ ବାଟ ଚାହିଁ ବରଷ ବରଷ...ଏସ୍ ଏସ୍ ଏନେ✍️..

ମୋତେ ସତ ନ ହଉ ପଛେ ,
କହି ଦିଅନ୍ତ ମିଛପଦେ...
ନଈକୁ ଅବା ନାଆକୁ
ଜହ୍ନ କୁ ଅବା କଇଁକୁ
ପାଉଁଜିକୁ ଅବା ଛାଇକୁ
ତୁମେ କେତେ ଭଲ ପାଅ
ମୁଁ ହସି ଦିଅନ୍ତି ମନେ ମନେ
କାଇଁ ଜାଣି ବି ଅଜଣା ରହିଯାଅ ?...ଏସ୍ ଏସ୍ ଏନେ✍️..

ଆସୁ ଯେତେ ବନ୍ୟା ,
ଭାଙ୍ଗୁ ଯେତେ ନଦୀବନ୍ଧ
ଅବା ବୁଡିଯାଉ ଏ ସାରା ସହର
ଛାଡ଼ିବିନି ଏ କୂଳ
ଶୁଣିବିନି ଶବଦ
ମୁଁ ଜାଣେ ଏତିକି ,
ଏ ନଦୀ ମୋହର ଏ ନାଆ ମୋହର
ଏ ଜହ୍ନ ମୋହର ଏ କଇଁ ମୋହର
ଏ ବାଟ ମୋହର ଏ ତୁଠ ବି ମୋହର
ଏ ପାଦ ବି ମୋହର ଏ ପାଉଁଜି ବି ମୋହର
ଆମେ ଯାହା ପର...ଏସ୍ ଏସ୍ ଏନେ✍️..


ସୁଧାଂଶୁଶେଖରନାୟକ