...

2 views

ପ୍ରତୀକ୍ଷା...ଏସ୍ ଏସ୍ ଏନେ✍️..
ପ୍ରତୀକ୍ଷା

ଏଇ ମନ ମୋର ଶୁଷ୍କ ମରୁଭୂମି
ଅସରାଏ ଜଳ ଲୋଡା
ଜୀବନ ମୃତ୍ୟୁ ର ଲୁଚକାଳି ଖେଳ
ଖୋଜେ ଅମୃତ ର ବେଳା...ଏସ୍ ଏସ୍ ଏନେ✍️..

ଚାତକ ପକ୍ଷୀ ଯେ ବିକଳ ନୟନେ
ଚାହିଁ ଥାଏ ବରଷା କୁ
ତୁମରି ଆସିବା ବାଟକୁ ଚାହିଁଛି
କାହିଁ କେତେ ବରଷ ରୁ...ଏସ୍ ଏସ୍ ଏନେ✍️..

କୋଟିଏ କର୍ମ ର ଗୋଟିଏ ପୂଣ୍ୟ ତୁ
ମୋ ଭାଗ୍ୟ ରେ ଅଛୁ ଲେଖା
ପାଇବାକୁ ତତେ ଏ ମନ ମନ୍ଦିରେ
ନିଇତି କରେ ମୁଁ ପୂଜା...ଏସ୍ ଏସ୍ ଏନେ✍️..

ପ୍ରତୀକ୍ଷା ର ଅନ୍ତ କେବେ ଯେ କରିବ
ଦୂରେଇ ଦେବ ଅନ୍ଧାର
ମୃତ୍ୟୁ ପ୍ରାୟ ଏଇ ଜୀବନ ଦେହରେ
ଭରି ଦେବ ପ୍ରାଣ ପିଣ୍ଡ...ଏସ୍ ଏସ୍ ଏନେ✍️..

ତୁମ ପ୍ରତୀକ୍ଷା ରେ ଶୋଇ ନାହିଁ ମୁଁ ଯେ
କେତେ ରାତି ଉଜାଗର
ଦିଅ ଦର୍ଶନ ହେ ପୂଜ୍ୟ ପ୍ରଭୁ ମୋର
ଜୀବ କୁ କର ସାକାର...ଏସ୍ ଏସ୍ ଏନେ✍️..

ଅର୍ଦ୍ଧ ଗଢ଼ା ମୁହିଁ ମାଟିର କଣ୍ଢେଇ
ଗଢ଼ି ତୋଳି ମତେ ରଖ
କଷ୍ଟ ଯନ୍ତ୍ରଣା କୁ ଆଲିଙ୍ଗନ କରି
ଦେଖିବି ଦୁନିଆ ସୁଖ...ଏସ୍ ଏସ୍ ଏନେ✍️..

ତୁମରି ଚରଣେ ତୁମରି ପ୍ରେମରେ
ପଡ଼ିଛି ମୁହିଁ ଜନ୍ମରୁ
ଆସ ତୁମେ ମୋର ବାହୁ ଧରି କରି
ଉଦ୍ଧରିବ ଏ ଜନ୍ମରୁ...ଏସ୍ ଏସ୍ ଏନେ✍️..

ସ୍ଵାମୀ ସିଏ ପରା ଦେବତା ସମାନ
ନାରୀ ର ସେ ସ୍ବାଭିମାନ
ସିନ୍ଥିରେ ସ୍ଵାମୀ ଙ୍କ ସିନ୍ଦୁର ପିନ୍ଧି ଯେ
ନାରୀ ହୁଏ ମହିୟାନ...ଏସ୍ ଏସ୍ ଏନେ✍️..

ଅସିଯାଓ ତୁମେ ସବୁ ବନ୍ଧ ଭାଙ୍ଗି
ଧରି ନିଅ ମୋର ହାତ
ଅନ୍ତ କର ତୁମେ ମୋର ପ୍ରତୀକ୍ଷା ର
ପ୍ରେମମୟ ଏଇ ବନ୍ଧ...ଏସ୍ ଏସ୍ ଏନେ✍️..