...

1 views

ଆନନ୍ଦ
ଆନନ୍ଦ ସେ ତ ଛୋଟ ପିଲାଟିର ଖେଳ
ଆନନ୍ଦ ସେ ତ ଗାଁ ସାଙ୍ଗ ସାଥି ମେଳ
ଆନନ୍ଦ ସେ ତ ଆଈମା ର ମଜା ଗପ
ଆନନ୍ଦ ସେ ତ ଗାଁ ମୁଣ୍ଡ ସଂଧ୍ୟାଧୂପ
ଆନନ୍ଦ ସେ ତ ଗାଁ ପୋଖରୀର କୂଳ
ଆନନ୍ଦ ସେ ତ ଛକ ବରଗଛ ମୂଳ
ଆନନ୍ଦ ସେ ତ ଗାଁ ସେ ପାରିର ନଈ
ଆନନ୍ଦ ସେ ତ ଆମ ବର୍ଣ୍ଣବୋଧ ବହି
ଆନନ୍ଦ ସେ ତ ବୁଢୀ ମା'ର ପାନ ପେଡ଼ି
ଆନନ୍ଦ ସେ ତ ଭାଉଜଙ୍କ ନୂଆ ଶାଢ଼ୀ
ଆନନ୍ଦ ସେ ତ ଜେଜେଙ୍କ ଖବର କାଗଜ
ଆନନ୍ଦ ସେ ତ ଗାଁର ରଜ ମ‌ଉଜ
ଆନନ୍ଦ ସେ ତ ଗୁରୁଜନଙ୍କ ସେନେହ
ଆନନ୍ଦ ସେ ତ ଆଦରରେ ଭରା ଲୁହ