...

3 views

ମୋ ମନ ର ବ୍ୟଞ୍ଜନ♥️
ମନ ମୋର ଖୋଜେ ଗୋଟେ ଫୁଲ ଟିଏ
କଣ ଜାଣେନା କିନ୍ତୁ କିଛି ତ ଅଛି।
ଏ ବ୍ୟଞ୍ଜନ ଖୋଜେ କାହାକୁ
କିଏ ସେ ଅଭୁଲା ସ୍ମୃତି , କଣ ସେ ଚାହେ ମୋ ଠୁଁ
ମନ ମୋର ଖୋଜେ ସେ ସୁନେଲି ସଖାଳ ର କିରଣ
କେଉଁ ଅଭୁଲା ସ୍ମୃତି କୁ ସାଇତି ରଖିଛି ଏ ମନ।
ଚାହେଁ ସେ ଗୋଟେ ହସ , ମୋ ଭିତରେ ଥିବା ସେ ମୋ ପୁର୍ବ ରୂପ।
ଖୋଜୁଛି ଆଜି ଏ ଦୁନିଆ ଭିତରେ ଗୋଟେ ଛୋଟ ଦୁନିଆ ଆଉ ହସ ଭିତରେ ଲୁଚି ଥିବା ସେ କାମନା.…
ହୃଦୟ ର ଗୋଟେ ଶୂନ୍ୟ ସ୍ଥାନ ରେ ରହିଛି ବହୁତ୍ କିଛି
ଯାହା ମୁଁ ଜାଣେନା କିନ୍ତୁ ଜଣେ ଏ ଦୁନିଆ।
ବହୁ କଷ୍ଟ ରେ ଭୁଲିଛି ସବୁ ସମୟର ଯୋଗ
ହେଲେ ଏ ତ ସତ ମୋ ମନରେ ଅଛି ବହୁ ଅଭିଯୋଗ
ବୋଧୁଏ ତୁମେ ଜାଣି ନ ପାର କିନ୍ତୁ ଆଜି ମୋ ମନ ଖୋଜେ ତୁମରି ପ୍ରତିଧ୍ୟୁନି ।
ହେଲେ ନାହିଁ କିଛି ବିକଳ୍ପ ମୋର ।
କାରଣ ମୋ ମନ ଉପରେ ନାହିଁ ଅଧିକାର ମୋର ।
ମୁଁ ସେଇ ଦୀପ ର ଜଳୁ ଥିବା ଶିଖା କିନ୍ତୁ ଆଉ ନାହିଁ ମୋ ଭିତରେ ସେ ଅଗ୍ନି ।
ବୋଧୁଏ ସମୟର ବେଳାଭୂମି ରେ ଦେଇ ଆସିଛି ମୁଁ ସବୁ କିଛି।
ହଁ ଏଇ ତ ଜୀବନ ।
ଏଇ ମୋ ମନର ବ୍ୟଞ୍ଜନ
ଏଇ ମୋ ମନର ସତ୍ୟ।

© All Rights Reserved