...

4 views

- ଅନ୍ୟମନସ୍କ - ଅଭିମାନୀ ମନଟିଏ ଏସ୍ ଏସ୍ ଏନେ✍️..
- ଅନ୍ୟମନସ୍କ -

କିଚେନ୍ ରେ ତରକାରୀ ପାଇଁ ମସଲା କଷୁ କଷୁ
ଅଜାଣତେ ଯେବେ ଓଠ ମୋର ଗୁଣୁଗୁଣାଏ
ପ୍ରିୟ ଗୀତ "ଇକ୍ ମନ୍ ଥା ମେରେ ପାସ୍ ,
ଅବ୍ ଓ୍ବୋ ଖୋନେ ଲଗା ହୈ ,
ପା' କର୍ ତୁଝେ , ହାଏ ମୁଝେ କୁଛ୍ ହୋନେ ଲଗା ହୈ" ,
ଅଥଚ଼ , ପ୍ରେମଟା କୋଉଠି ଭିଡ଼ ଜମାଏ ଜାଣେନା ।

ସେ କିଏ ?
ପତ୍ନୀ ନା ପ୍ରେମିକା !!!
କାନ୍ଥରେ ଲଟକି ଝିଟିପିଟି ବି ପାଳିଆ ଧରେ ,
ସତ୍ ସତ୍ !

ଘଣ୍ଟାରେ ବାଜିଥାଏ ସମୟ ସାତ ,
ସକାଳ ନୁହଁ , ସନ୍ଧ୍ୟା , ଜହ୍ନ ଉଇଁସାରିଥିବଣି ଆକାଶରେ
ତା' ସାଥେ ଖୁଉବ୍ ଗୋଟେ ଭାବ ,
ଅମାନିଆ ଆବେଗର ନଗ୍ନ ଉପଦ୍ରବ ,
ଠିକ୍ ଯେମିତି ଗୋଟିଏ ଯିଦଖୋର୍ ସେନାଧ୍ୟକ୍ଷ ।

ଯାଃ ', ସିଙ୍କ୍ ରେ ପାଇପ୍ ପାଣି ଖୋଲା ଛାଡ଼ି ଦେଇଛି
ପରବାୟ ନାହିଁ , ଆସିବ ଆଗକୁ ଜଳ ତିରୋଟ
ଏ ଭିତରେ , କାନ୍ଥ ସନ୍ଧିକୁ ଚାଲିଗଲାଣି ଝିଟିପିଟି ,
ଦରଜାରେ କାହାର ହାତଶବ୍ଦ ଠକ୍ ଠକ୍ ,
ତେବେବି ମୁଁ ଖୁବ୍ ଅନ୍ୟମନସ୍କ...ଏସ୍ ଏସ୍ ଏନେ✍️..

ଆଃହା , ଏଯାଏଁ ମୁଁ ଗୁଣୁଗୁଣାଉଚି଼
ସେଇ ଦୁଇ ଲାଇନ୍ ଗୀତ...ଏସ୍ ଏସ୍ ଏନେ✍️..


#ଇଂସୁଧାଂଶୁଶେଖରନାୟକ