...

2 views

ମୁକ୍ତିର ଅପେକ୍ଷାରେ ଜୀବନ...ଏସ୍ ଏସ୍ ଏନେ✍️..
କିଛି ଅଜଣା କୋହ କିଛି ଛାତିର ଲୁହ ଆଜି ବି ସମ୍ଭାଳି ରଖିଛି ସମୟ ର ସେତୁରେ ହୁଏତ ଆଜି ସେ ସବୁ ମଳିନ ପଡ଼ିଯାଇଛି...ଏସ୍ ଏସ୍ ଏନେ✍️..

କିଛି ଅକୁହା ବ୍ୟଥା ଆଉ ଯନ୍ତ୍ରଣାରେ ଜୀବନ ଛଟପଟ ହେଲାପରି ଲାଗୁଛି ସତରେ ସମୟ ବଡ଼ ବଳବାନ ସବୁକିଛି ସମୟର ପ୍ରଖର ଜୁଆର ରେ ଭାସି ଯାଇ କେଉଁ ଅଜଣା କୂଳରେ ଲାଗିଲା ପରି ଲାଗୁଛି...ଏସ୍ ଏସ୍ ଏନେ✍️..

ବିଶ୍ୱାସ ର ସେତୁବନ୍ଧ ଧୀରେ ଧୀରେ ଦୁର୍ବଳ ହେଲା ପରି ଲାଗୁଛି ସମ୍ପର୍କ ମାୟା ମମତା ମୋହ ଭିତରେ ଚାପି ହୋଇ ଅଣ ନିଃଶ୍ୱାସ ହୋଇଗଲାଣି କେତେଦିନ ବା ଏଇ ଅଜଣା ବ୍ୟଥା କୁ ସମ୍ଭାଳି ରଖିବ ବୋଧହୁଏ ଏବେ ସମୟ ଆସି ଗଲାଣି ମୁକ୍ତି ଦେବାକୁ...ଏସ୍ ଏସ୍ ଏନେ✍️..

ଅଦିନିଆ ବର୍ଷାକୁ ଯଦି ପଚରା ଯାଏ ଆଜି କାହିଁକି ଆସିଥିଲୁ ସିଏ ବା କଣ ଉତ୍ତର ଦେବ ଏଇ ତ ଜୀବନ ଆଉ ତାର ସତ୍ୟତା ଯେଉଁଠି ଆଶା ଆଉ ଅଭିଳାଷ ର ସଲିଳ ସମାଧି ହେବାକୁ ବେଶି ସମୟ ଲଗେନି...ଏସ୍ ଏସ୍ ଏନେ✍️..

ଆତ୍ମୀୟତାର ବାଜା ବଜାଉଥିବା ଲୋକଙ୍କର ଏଠି ଅଭାବ ନାହିଁ ଆଉ ଯିଏ ବାସ୍ତବରେ ନିଜର ହୋଇଥିବ ଏଠି ତାର କିଛି ମୂଲ୍ୟ ନାହିଁ...ଏସ୍ ଏସ୍ ଏନେ✍️..

ନିଃଶ୍ୱାସର ଜ୍ଵାଳାରେ ବିଶ୍ୱାସର ଘର ଧୀରେ ଧୀରେ ଜଳିବାକୁ ଲାଗିଲା ପରି ଲାଗୁଛି। କିନ୍ତୁ , କେତେଦିନ ଆଉ କେତେଦିନ ଏମିତି ଅନ୍ଧାରରେ ନିଜକୁ ରଖିବ ଏ ଦୁନିଆ ଏବେ ତ ନିଜକୁ ବୁଝୁ ଆଉ ମନର ଭାବନାକୁ...ଏସ୍ ଏସ୍ ଏନେ✍️..

ଏବେ ଥକି ଗଲାଣି ଏ ଜୀବନ ମିଛର ମାୟା ଜାଲରେ ଆଉ କେତେଦିନ ଏମିତି ପଡ଼ି ରହିବ ପ୍ରାଣ ନଥିବା ଶରୀର...ଏସ୍ ଏସ୍ ଏନେ✍️..

ମୁକ୍ତି ର ଅପେକ୍ଷା ରେ ଜୀବନ 🙏