...

3 views

ଗୁଜବ (Rumour)


~~~ ଗୁଜବ (Rumour) ~~~

ଶବ୍ଦ ମାନେ ଆଜି ସବୁ ଏକତ୍ରିତ ହୋଇ,
କାହିଁ କେଉଁ ଏକ ଅଜଣା ବୈଠକରେ ସମ୍ମିଳିତ ହୋଇ,
ସୃଷ୍ଟି କରି ଚାଲିଛନ୍ତି ଗୁଜବର ଘୂର୍ଣ୍ଣିବାତ୍ୟା,
କିଛି ଅକୁହା କଥାକୁ କଳ୍ପନାର ରୁପରେଖ ଦେଇ।

ହେ ମାନବ !
ଟିକେ ନିରେଖି ଦେଖ
କେଉଁଠି ଏକ ନିଷ୍ପାପ ମନ କରୁଛି ଅହରହ ସଂଗ୍ରାମ,
ଆଲୋକର ସନ୍ଧାନ ପାଇବାକୁ,
ଆଉ ତୁମେ !
ମୁକ୍ତ ଆକାଶ ତଳେ ଭଦ୍ରାମିର ମୁଖା ପିନ୍ଧି
ଅପଚେଷ୍ଟା କରିଚାଲିଛ ଶୁଭ୍ର ଜୋଛନାକୁ
କଳଙ୍କିତ କରିବାକୁ !

ଶବ୍ଦମାନେ ଆଜି ସବୁ ଏକତ୍ରିତ ହୋଇ
ଚାରି କାନ୍ଥର ଆବଦ୍ଧ କୋଠରୀରୁ ଧ୍ବନି ସବୁ ନେଇ
ସୃଷ୍ଟି କରି ଚାଲିଛନ୍ତି ଗୁଜବର ପ୍ରତିଧ୍ବନି,
କିଛି ଅକୁହା କଥାକୁ କଳ୍ପନାର ରୁପରେଖ ଦେଇ।

-✍️ଅର୍ଚ୍ଚନା ମହାରଣା (ଲକି)
© Archana Maharana (Lucky)
#thoughtsofarchanalucky
#odiapoem

*You can listen the recitation of this poem on my YouTube channel. (Link is in my bio.)

Related Stories