...

2 views

ଅଧା ପଢ଼ା ସେଇ ପ୍ରେମର ଚିଠି...ଏସ୍ ଏସ୍ ଏନେ✍️..
- ଅଧା ପଢ଼ା ସେଇ ପ୍ରେମର ଚିଠି -
ବୟସର ଅପରାହ୍ନରେ ପହଞ୍ଚି
ଭାବୁଥିଲି ବସି ଦିନେ,
ସମୟ କହିଲା କ,ଣ ଭାବୁଛୁ
ପଡୁଛି ଅତୀତ ମନେ..?...ଏସ୍ ଏସ୍ ଏନେ✍️..
ପ୍ରଥମ ଚିଠିଟା ଦେଇଥିଲୁ ତାକୁ
ଅଧା ପଢି ରଖି ଦେଲା,
ତୋ' ପ୍ରେମ କାହାଣୀ ସେଇଠୁ ସରିଲା
ବିଦା ସିଏ ହୋଇଗଲା ।...ଏସ୍ ଏସ୍ ଏନେ✍️..
ଏ ଜୀଵନ ପଥେ ଆଜିବି ତୁ' ଏକା
ଏଇ କ,ଣ ପ୍ରେମ ତୋର,
ବେଳେ ହେଲାଣି ବା ଏଇ ଦୁନିଆରୁ
ନେବାକୁ ତୁ' ଅବସର ।...ଏସ୍ ଏସ୍ ଏନେ✍️..
ଭାବୁଛୁ କ,ଣ ଆଉ କେବେ ସିଏ
ଦେଖା ହେବ ଜୀବନରେ,
ଯଦି ଦେଖା ହେବ କ,ଣ କହିବୁ
ଚିହ୍ନି ପାରିବୁ ତୁ' ଥରେ ।...ଏସ୍ ଏସ୍ ଏନେ✍️..
ତୋ ଭଳି ଅନେକ ପ୍ରେମିକ ଅଛନ୍ତି
ଏଇ ଦିନିଆରେ ରହି,
ମନକଥା ଖୋଲି କହିବା ଆଗରୁ
ଯାଆନ୍ତି କାହାର ହୋଇ ।...ଏସ୍ ଏସ୍ ଏନେ✍️..
ଚିଠିଟାକୁ ଖୋଲି ପଢୁଥିଲା ସିଏ
ଆସିଲା ତାହାର ଭାଇ,
ଚିଠିଟାକୁ ନେଇ କୋଉଠି ରଖିଲା
ଭୁଲି ଯାଇଥିଲା ସେହି ।...ଏସ୍ ଏସ୍ ଏନେ✍️..
ବାହାଘର ତା'ର ଠିକ ହୋଇଗଲା
କହିଲା ତୋତେ ସେ' ଆସି,
କେମିତି ଯାଆନ୍ତୁ ବହାଘରେ ତା'ର
ଦେଖିବାକୁ ତା'ର ଖୁସି ।...ଏସ୍ ଏସ୍ ଏନେ✍️..
ବହୁଦୂର ଚାଲିଗଲୁ ସେଇଦିନ
ତାକୁ ଭୁଲିଯିବା ପାଇଁ,
ଚାହୁଁ ଚାହୁଁ ଦୀର୍ଘ ପଚାଶ ବର୍ଷ
ଏଇଠି ଗଲାଣି ପାହି ।...ଏସ୍ ଏସ୍ ଏନେ✍️..
ବାହାଘର ଦିନ ସବୁ ବନ୍ଧୁ ଥିଲେ
ତୋତେବି ଖୋଜିଲା ସେହି,
ତୋ କଥା ସଭିଙ୍କୁ ପଚାରି ବୁଝିଲା
ସମସ୍ତେ କହିଲେ ନାହିଁ ।...ଏସ୍ ଏସ୍ ଏନେ✍️..
ମନ ଦୁଃଖ କଲା କିଛି ସମୟ ସେ'
ପୁଣି ସବୁ ଗଲା ଭୁଲି,
ସୁନାର ସଂସାର ଗଢିବା ପାଇଁ
କାହା ସଙ୍ଗେ ଗଲା ଚାଲି ।...ଏସ୍ ଏସ୍ ଏନେ✍️..
ଅନେକ ଦିନ ବିତି ଯାଇଥିଲା
ଆସିଲା ଘରକୁ ଦିନେ,
ବୁଲୁ ବୁଲୁ ଘରେ ଦେଖିଲା ଫଟୋଟେ
ସବୁ ପଡିଗଲା ମନେ ।...ଏସ୍ ଏସ୍ ଏନେ✍️..
ସ୍କୁଲ ବେଳର ସାଙ୍ଗ...