...

4 views

ସ୍କୁଟର
ଅଚଳ ସ୍କୁଟରଟି ସଚଳ ସେବେ ହୁଏ
ଯେବେ ତୁମେ ମୋ ପଛେଥାଅ ବସି,
ନିର୍ଦ୍ଧାରିତ ଗନ୍ତବ୍ୟପଥରେ ଅଗ୍ରସର ହେବା
ସତେ ଅପୂର୍ବଲାଗେ
ତୁମର ହାତର ସ୍ପର୍ଶ ମୋ କାନ୍ଧରେ ଥାଏ ଲାଖି
ଏଣୁତେଣୁ ଅନାବନା କଥାରେ ଆମେ ଦୁହେଁଥାଉ ମଜ୍ଜି
ଦୂରଯାତ୍ରାରେ ମୁଁ ଉତ୍ସାହିତ ଥାଏ
ହେଲେ ତୁମକୁ କରିବାକୁ ହୁଏ ରାଜି.....
ପଚାରୁ ଥାଏ ମୁଁ ବାହାରେ ଥାଇ ( --
“ଓହୋ! ଡେରି ହେଲାଣି ପରା ଜଲ୍ଦି ବାହରିକି ଆସ”
ଭିତରେ ଥାଇ ତୁମେ ଜବାବରେ କୁହ --
ଟିକେ ରୁହ ଆସୁଛି କହି (ରାଗରେ)
କେମିତିକା ଲୋକର ମୁଁ ହାତ ଧରିଲି କେଜାଣି
ସବୁଥିରେ ଖାଲି ତରତର, ପାଇଛନ୍ତି ଆଜି ପୁଣି ଗୁଡମାଠିଆ
ତାଙ୍କ ସ୍କୁଟର ପଛପଟେ କେତେ ଆଗ୍ରହୀ ସେ ଦେବାକୁ ମତେ ବାନ୍ଧି
ଧକଡ଼ ଚକଡ ରାସ୍ତାରେ ଦରଜ ହୁଏ ମୋ ଅଣ୍ଟା!
କୁହେ ମୁଁ ଟିକେ ଦେଖିକି ଚଲାଅ ଗାଡି
ପଛପଟ ଗଲାଣି ମୋ ସିଝି,
ତିଳେ ମାତ୍ର ମୋ କଥାକୁ କର୍ଣ୍ଣେ ନ ନେଇଣ
କୁହନ୍ତି -- “ତୁମସାଥେ ଏମିତି ମୁଁ ଯାଉଥାଏ,
ରାସ୍ତା ହୁଅନ୍ତାକି ଅସରନ୍ତି
ଆମେ ଜିତିବା ସମୟର ତାଳରେ
ରଚିତ ପ୍ରେମର ଏ ବାଜି”.....