...

2 views

ବିଷୟ :- ସଂଯୋଗ , ଉପସ୍ଥାପନା :- ସୁଧାଂଶୁ ଶେଖର ନାୟକ
- ସଂଯୋଗ -
ସୁଧାଂଶୁ ଶେଖର ନାୟକ

ଦୁଇ ଚାରି ଧାଡ଼ି କବିତା
ତା' ସହିତ ଗୋଟିଏ ଫୁଲର ଫଟୋ
ଏତିକିରେ ବୁଝିଯାଉଥିବା ମନ ,
ସମୟର ଅଦେଖା ବାଟରେ
ନାହିଁ ଭେଟ ହେବାର ପ୍ରତିଶ୍ରୁତି
ଜୀବନ ଜଂଜାଳ ସାଉଁଟାବେଳେ
କେବେ କେମିତି ଆଖିଆଗେ ଭାସିଉଠେ
ଖୁବ୍ ଜଣେ ଆପଣା ମଣିଷର
ଝାପ୍ସା ଝାପ୍ସା ମୁହଁର ମାନଚିତ୍ର ।...ଏସ୍ ଏସ୍ ଏନେ✍️..

ନିଗୁଢ଼ ନିରବତାର ବଳୟରେ
ଆବଦ୍ଧ ସମସ୍ତ ସ୍ମୃତି ,
ଅଥଚ଼ ଭୁଲନ୍ତା ମନତଳୁ ଅଭୁଲା
କିଛି ମିଠା ମୁହୂର୍ତ୍ତର ସପନ ବଣିକ
ଜହ୍ନକୁ ସାଥୀକରି ଫେଡୁଥିବା
ଗୁଣୁଥିବା ଜୀବନର ମାନ
କେବେ ମଲ୍ଲୀଫୁଲ ତ' କେବେ ଭସା ବାଦଲ
କେବେକେବେ ତକିଆଭିଜା ଲୁହର ରାତି
ଆଉ କେବେ ତାରାଭରା ମିଠାଗୀତି...ଏସ୍ ଏସ୍ ଏନେ✍️..

ଅଭିଯୋଗହୀନ ଦସ୍ତାବେଜ୍
ପୂର୍ଣ୍ଣତା ପାଇଁ ଖୋଜେନି ସାକ୍ଷୀ ବା ସ୍ବାକ୍ଷର
କିଛି ଆତ୍ମୀୟ ଶବ୍ଦ ଲେଖିହେଉଥାଏ କବିତାରେ ପଛକୁ ପଛ ,
ସେଇଠି ଚ଼ହଟିଯାଏ ମଲ୍ଲୀ ଆଉ ହେନାର ମହକ
ଭସା ବାଦଲ୍ ରୁ ନିଗିଡି଼ ପଡେ ଝର ଝର ଶବ୍ଦ ଅନୁରାଗ
ତା' ନଥିବାପଣରେ ବି ଉଷ୍ମତାର ନିରୂତା ଅନୁଭବ ।
ବାସ୍ , ଏତିକି
ତା' ମୋ ଭିତରେ ସଂପର୍କର ଅଦ୍ଭୁତ ସଂଯୋଗ !...ଏସ୍ ଏସ୍ ଏନେ✍️..