...

0 views

ତୁମେ ଥିଲେ ପାଖରେ...ଏସ୍ ଏସ୍ ଏନେ✍️..
ତୁମେ ଥିଲେ ପାଖରେ

ତୁମେ ଥିଲେ ପାଖରେ ମୁଁ ଭୁଲି ଯାଏ ମୋ ଦୁଃଖ ସବୁକୁ ଖୁସିର ଲହରୀ ଖେଳି ଯାଏ ଆତ୍ମା ରେ ଆଉ ପୁଲକିତ ହୁଏ ମୋର ଅଷ୍ଟାଙ୍ଗ ଶରୀର...ଏସ୍ ଏସ୍ ଏନେ✍️..

ଗ୍ରୀଷ୍ମ ର ପ୍ରକୋପ ବି ମତେ ଦିଏ ଆନନ୍ଦ ମୋର ଶରୀର କୁ କରିପାରେ ନାହିଁ ଅବଶ
କ୍ଳାନ୍ତ ତାର ରାସ୍ତା ଭୁଲି ଚାଲିଯାଏ ଅତି ଚତୁର ଭାବରେ ଆଉ ବାହୁ ଆଢ଼ୁଆଳରେ ଥାଏ ତୁମରି ଛବି...ଏସ୍ ଏସ୍ ଏନେ✍️..

ଗରମ ରେ ଗମ୍ ଗମ୍ ଝାଳ ବୋହି ଚାଲେ ଶରୀର ହୁଏ ନାଲି ତଥାପି ତୁମର ସ୍ପର୍ଶ କୁ ଅନୁଭବ କରି ଆଙ୍କିଛି ଅନେକ ଛବି ଅଭିଲେଖ ରେ ହେଉ ଅବା ଦିବା ସ୍ବପ୍ନରେ...ଏସ୍ ଏସ୍ ଏନେ✍️..

ଶରୀର ରେ ଭରିଛି ଅନେକ ଉନ୍ମାଦନା ଶ୍ରାବଣ ର ପ୍ରଥମ ସ୍ପର୍ଶ ରେ ନିଜକୁ ମୁଁ ମଣୁଛି ଭାଗ୍ୟବାନ ତୁମର ପ୍ରୀତି ଭରା ରଙ୍ଗ ର ଅସାର ପାଇଁ ଯାହା ମୋର ଅସ୍ତିତ୍ବ କୁ ସ୍ଵତନ୍ତ୍ର କରିଥାଏ...ଏସ୍ ଏସ୍ ଏନେ✍️..

ତୁମର ମୋର ସମ୍ପର୍କ କାହିଁ କେତେ ଦିନର ତାକୁ ଦେଖି ଈର୍ଷା ରେ ଜଳେ ଶ୍ରାବଣ, ତାରା ଆଉ ଜହ୍ନ ଅନ୍ଧାର ରାତିରେ ଆଖି ମିଟିକା ମାରି ଆମକୁ ଦେଖୁଥାଏ ତାରା
ଜହ୍ନ ର ଯୋଛନା ବି ଲାଜେଇ ଯାଏ ଆଉ ଶ୍ରାବଣ ବି ଆନନ୍ଦ ରେ ବିଭୋର ହୋଇ ଆମ ଭିତରେ ଥିବା ଗଭୀରତା କୁ ମାପି ବାକୁ ଅନେକ ଥର ଚେଷ୍ଟା କରିଥାଏ...ଏସ୍ ଏସ୍ ଏନେ✍️..

ପବନ ର ବେଗ ଆମକୁ କେବେ ପ୍ରତିରୋଧ କରି ପାରିନାହିଁ ସେ ତ ଅନେକ ଚେଷ୍ଟା କରିଛି କିନ୍ତୁ ସ୍ଥାୟୀ ହୋଇ ଅଟକି ଯାଇଛି ଏ ମନ ଆଉ ଶରୀର ଗୋଟିଏ ସ୍ଥାନରେ...ଏସ୍ ଏସ୍ ଏନେ✍️..

ଗଭୀର ସମ୍ପର୍କ ର ନାଦ ବାରି ହୁଏ ତୋ ମୋ ଭିତରେ ବେଳେବେଳେ କଳା ବାଦଲ ର ଗହଣା ପିନ୍ଧି ଭସା ମେଘ ମାନେ ଘୁରି ବୁଲନ୍ତି ଆମକୁ ନେବାକୁ ବାହୁ ବନ୍ଧନରେ ଆଉ ମୁଁ ଲୁଚି ଲୁଚି ତତେ ଦେଖେ ଆଡୁଆଳରେ...ଏସ୍ ଏସ୍ ଏନେ✍️..

ବସନ୍ତ ର ଆଗମନ ରେ କୁହୁ କୁହୁ ନାଦ କରି ସେ ଆସିଥାଏ ଆଉ ମୁଁ ମୁକ୍ତ ଭ୍ରମର ହୋଇ ବସି ପଡେ ତାର ଫୁଲରେ ନିଜକୁ ରଙ୍ଗାୟିତ କରିବା ପାଇଁ...ଏସ୍ ଏସ୍ ଏନେ✍️..

ଜୀବନ୍ତ ହୋଇ ଉଠେ ମୋର ସୁପ୍ତ ଚେତନା ରାତି ଅପସରି ଯାଏ କିନ୍ତୁ ସବୁବେଳେ ଜାଗ୍ରତ ଥାଏ ମୋର ଭାବନା...ଏସ୍ ଏସ୍ ଏନେ✍️..

ତୁମେ ଥିଲେ ମୋ ଅନ୍ତସ୍ୱର ବି ହୁଏ ଚଞ୍ଚଳ ନଥିଲେ ହୁଏ ମୂଲ୍ୟହୀନ ବାକଶୂନ୍ୟ ଆଉ ଦୁର୍ବଳ...ଏସ୍ ଏସ୍ ଏନେ✍️..

ତୁମେ ଥିଲେ ପାଖରେ ଅସ୍ତଗାମୀ ସୂର୍ଯ୍ୟ ବି ହୁଏ ପ୍ରଖର ନାଲି ର ଲାଲିମା ରେ ହୁଏ ଦୀପ୍ତିମନ୍ତ...ଏସ୍ ଏସ୍ ଏନେ✍️..

ତୁମେ ଥିଲେ ପାଖରେ ମୁଁ ସାଜିଯାଏ ସାଧବ ବୋହୂ ପିନ୍ଧି ବସେ ରକ୍ତ ବର୍ଣ୍ଣ ର ପାଟ ଶାଢ଼ୀ ଯାହା ମୋର ଅସ୍ତିତ୍ବ କୁ କରେ ସାକାର...ଏସ୍ ଏସ୍ ଏନେ✍️..